ହୋଇପାରିବନି ବିଜୟ ଶୋଭାଯାତ୍ରା: ନିର୍ବାଚନ କମିସନ

ନୂଆଦିଲ୍ଲୀ,ଏଜେନ୍ସି: ନିର୍ବାଚନ କମିସନଙ୍କ ପକ୍ଷରୁ ଏକ କଠୋର ପଦକ୍ଷେପ ନିଆଯାଇଛି। ମେ’ ୨ ଭୋଟ ଗଣତି ପରେ କେହି ବିଜୟ ଶୋଭାଯାତ୍ରା ହୋଇପାରିବନି। କରୋନା ସଂକ୍ରମଣର ବଢ଼ୁଥିବା ସ୍ଥିତିକୁ ନଜରରେ ରଖି ନିର୍ବାଚନ କମିସନର ଏହି ନିର୍ଦ୍ଦେଶ ଦେଇଛନ୍ତି।

ମେ’ ତାରିଖରେ ୫ ରାଜ୍ୟର ବିଧାନସଭା ଆସନ ପାଇଁ ଭୋଟ ଗଣତି କରାଯିବ। ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଏବଂ ପୁଡୁଚେରି ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି। ବର୍ତ୍ତମାନ ପଶ୍ଚିମବଙ୍ଗର ଶେଷ ପର୍ଯ୍ୟାୟ ମତଦାନ ବାକି ରହିଥିବା ବେଳେ ଅନ୍ୟ ରାଜ୍ୟରେ ମତଦାନ ଶେଷ ହୋଇଯାଇଛି। ତେଣୁ ୫ଟି ଯାକ ବିଧାନସଭା ଆସନର ଫଳାଫଳ ମେ’ ୨ରେ ଆସିବ।

ନିର୍ବାଚନ ପ୍ରଚାର ଓ ମତଦାନ ବେଳେ କୋଭିଡ କଟକଣାର ଖୋଲାଖୋଲି ଉଲ୍ଲଂଘନ ହୋଇଥିବାରୁ ନିର୍ବାଚନ କମିସନ ବିଭିନ୍ନ ମହଲରେ ସମାଲୋଚନାର ଶିକାର ହୋଇଛନ୍ତି। ଏଭଳିକି ମଦ୍ରାସା ହାଇକୋର୍ଟ ମଧ୍ୟ ତାଙ୍କୁ କଡ଼ା ଭର୍ତ୍ସନା କରିଥିଲେ। ଫଳରେ ନିର୍ବାଚନ କମିସନ ପକ୍ଷରୁ ଏହି ନିଷ୍ପତ୍ତି ହୋଇଛି।