ପାଟଧରା ଜଙ୍ଗଲରୁ ୪ଟି ମୋଟାର ବୋମା ଉଦ୍ଧାର

ନୂଆପଡା,ଏନ୍ଏନ୍ଏସ୍: ନୂଆପଡା ଜିଲ୍ଲା ବୋଡେନ ବ୍ଲକ୍‌ର ପାଟଦରା ଜଙ୍ଗଲରୁ ଆଜି ୪ଟି ମୋଟାର ବୋମାକୁ ଉଦ୍ଧାର କରାଯାଇଛି।ଯବାନ ମାନେ ସେହି ମୋଟାର ବୋମାକୁ ନିଷ୍କ୍ରିୟ କରିଦେଇଥିଲେ। ଗତ ୨୧ ତାରିଖ ଦିନ ମାଓବାଦୀ ମାନେ ଯୋଜନା ବଦ୍ଧ ଭାବରେ ସିଆର୍‌ପିଏଫ୍‌ ୧୯ ବାଟାଲିଅନ ଯବାନ ମାନଙ୍କ ଉପରେ ଆକ୍ରମଣ କରିଥିଲେ। ସେଠାରେ ୩ ଯବାନ ସହିଦ ହୋଇଥିଲେ। ଯବାନ ମାନଙ୍କ ଉପରକୁ ଆକ୍ରମଣ କରିଥିବା ୪ଟି ମୋଟାର ବୋମା ଫାଟିନଥିଲା। ଆଜି ଖଡିଆଳ ଏସଡିପିଓ ସନ୍ତକ ଜେନାଙ୍କ ସହ ସାଇଣ୍ଟିଫିକ୍‌ ଟିମ ଘଟଣାସ୍ଥଳକୁ ଯାଇ ମୋଟାର ବୋମା ୪ଟିକୁ ସନ୍ଧାନ କୁକୁର ସହାୟତାରେ ଚିହ୍ନଟ ହୋଇଥିଲା। ପରେ ଯବାନ ମାନେ ୪ଟି ମୋଟାରବୋମାକୁ ନିଷ୍କ୍ରିୟ କରିଥିଲେ।