କଟକ, ଏନ୍ଏନ୍ଏସ୍: କଟକରୁ ଆଜି ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨ଜଣ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନ, ଜଣେ ହୋମ କ୍ୱାରେଣ୍ଟାଇନ ଓ ଜଣେ ସ୍ଥାନୀୟ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୨କୁ ବୃଦ୍ଧି ପାଇଛି। ଏନେଇ ସିଏମସି ପକ୍ଷରୁ ସୂଚନା ଜାରି କରାଯାଇଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୭୨ ବର୍ଷୀୟ ବୃଦ୍ଧ ଓ ଅନ୍ୟଜଣେ ୩୨ ବର୍ଷୀୟ ପୁରୁଷ ରହିଥିବାବେଳେ ସେମାନେ ଏସିବିର ଆଇସୋଲେସନ ୱାର୍ଡରେ ଅଛନ୍ତି। ହୋମ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ପ୍ରତାପନଗରର ୬୩ ବର୍ଷୀୟ ପୁରୁଷ ଯିଏକି ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ଅନ୍ୟପଟେ ସ୍ଥାନୀୟ ଆକ୍ରାନ୍ତ ଜଣକ ମଙ୍ଗଳବାଗ ବାଶୁଳୀସାହିର ୨୬ ବର୍ଷୀୟ ମହିଳା ବୋଲି ଜଣାପଡ଼ିଛି।
