୧୮ ଦିନ ଭେଣ୍ଟିଲେଟରରେ ରହିବା ପରେ କରୋନାକୁ ହରାଇଲା ୪ମାସର ଶିଶୁ

ନୂଆଦିଲ୍ଲୀ: କରୋନା ସଂକ୍ରମଣର ବଢ଼ୁଥିବା ମାମଲା ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମରେ ୪ମାସର ଶିଶୁ ୧୮ ଦିନ ଭେଣ୍ଟିଲେଟରରେ ରହିବା ପରେ କରୋନାକୁ ମାତ ଦେଇଛି। ଜିଲ୍ଲାପାଳ ବିନୟ ଚନ୍ଦଙ୍କ କହିବା ମୁତାବକ, ପୂର୍ବ ଗୋଦାବରୀର ଜଣେ ଆଦିବାସୀ ମହିଳା ମେ’ ମାସରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ପରେ ତାଙ୍କ ୪ ମାସର ଶିଶୁ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲା।
ସୂଚନାଯୋଗ୍ୟ, ଶିଶୁଟି କରୋନା ପଜିଟିଭ ଚିହ୍ନଟ ହେବା ପରେ ମେ’ ୨୫ ତାରିଖରେ ତାକୁ ବିଶାଖାପଟ୍ଟନମର ଭିମସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୧୮ ଦିନ ଭେଣ୍ଟିଲେଟରରେ ରଖି ତା’ର ଚିକିତ୍ସା କରାଯାଇଥିଲା। ନିକଟରେ ଶିଶୁଟିର କରୋନା ଟେଷ୍ଟ କରାଯାଇଥିଲା ଯାହାର ରିପୋର୍ଟ ନେଗେଟିଭ ଆସିଛି।