ଭୁବନେଶ୍ବର,ଏନ୍ଏନ୍ଏସ୍: ଆଜି ପୁଣି ଭୁବନେଶ୍ବରରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଚିହ୍ନଟ ହୋଇଥିବା ୩ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ହୋମ୍ କ୍ବାରେଣ୍ଟାଇନରେ ଥିବା ବେଳେ ଜଣେ ସାଧାରଣରୁ ଚିହ୍ନଟ ହୋଇଛନ୍ତି। ତେବେ କ୍ବାରେଣ୍ଟାଇନରେ ଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ଭୀମପୁର ଅଞ୍ଚଳର ଜଣେ ୨୭ ବର୍ଷର ଯୁବକ ଓ ଭରତପୁର ଅଞ୍ଚଳର ଜଣେ ୩୬ ବର୍ଷର ବ୍ୟକ୍ତି ରହିଛନ୍ତି। ସେହିପରି ଅନ୍ୟ ଜଣେ ଡୁମଡୁମା ଅଞ୍ଚଳ ଏଚବି କଲୋନୀର ୪୮ ବର୍ଷର ବ୍ୟକ୍ତି ବୋଲି ଜଣାପଡିଛି।
ସେହିପରି ସୁସ୍ଥ ହୋଇଥିବା ବ୍ୟକ୍ତି ଜଣଙ୍କ ଜାଗମରା ଅଞ୍ଚଳର ଜଣେ ୩୫ ବର୍ଷର ବ୍ୟକ୍ତି ବୋଲି ସୂଚନା ଦିଆଯାଇଛି।
ଏଥି ସହ ବର୍ତ୍ତମାନ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬ ରେ ପହଞ୍ଚି ଥିବା ବେଳେ ୬୦ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୪୨ ଜଣ ଚିକିତ୍ସାଧୀନ ଥିବାବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି।