ବିକ୍ରି ସମୟରେ ୮ କିଲୋ ଓଜନର ବଜ୍ରକାପ୍ତା ଉଦ୍ଧାର, ଅଭିଯୁକ୍ତ ଗିରଫ

ବାରିପଦା,ଏନ୍ଏନ୍ଏସ୍: ବିକ୍ରି ସମୟରେ ୮ କିଲୋ ଓଜନର ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି। ମୟୂରଭଞ୍ଜ ଏସପି ସ୍ମିଥ୍ ପି ପରମାରଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଦଳ ମେ’ ୬ ତାରିଖ ବିଳମ୍ବିତ ରାତିରେ ବାଙ୍ଗିରିପୋଷି ଥାନା ନିଶ୍ଚିନ୍ତା ପଞ୍ଚାୟତର ଗୋହିରାପାଳ ଗ୍ରାମର ଚଢ଼ଉ କରିଥିଲା। ଚଢ଼ଉ ବେଳେ ବିକ୍ରି ଉଦ୍ଦେଶ୍ୟରେ ରଖାଯାଇଥିବା ଏକ ୮ କିଲୋ ଓଜନର ବଜ୍ରକାପ୍ତା ଉଦ୍ଧାର ହୋଇଛି । ଏଥିରେ ସଂପୃକ୍ତ ଜଣେ ଯୁବକଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଯୁବକ ଜଣକ ବାଙ୍ଗିରିପୋଷି ଥାନା ଗୋହିରାପାଳ ଗ୍ରାମର ହେଲେ ସିଂଘୁ ବାସ୍କେ (୪୦)। ଉକ୍ତ ଘଟଣାରେ ଅନ୍ତଃରାଜ୍ୟ ରାକେଟ ଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ବାଙ୍ଗିରିପୋଷି ଥାନାରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଆରମ୍ଭ ହୋଇଛି ବୋଲି ପୁଲିସ ଡିଏସପି ପ୍ରଭାସ ଚନ୍ଦ୍ର ପାଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।