ଚତୁର୍ଥଥର ପାଇଁ ପୁଡ଼ୁଚେରୀର ମୁଖ୍ୟମନ୍ତ୍ରୀ ହେଲେ ଏନ୍ ରଙ୍ଗାସାମୀ

ପୁଡ଼ୁଚେରୀ: ଏଆଇଏନଆରସୀ ମୁଖ୍ୟ ଏନ୍ ରଙ୍ଗାସାମୀ କେନ୍ଦ୍ରଶାସିତ ରାଜ୍ୟ ପୁଡ଼ୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଉପରାଜ୍ୟପାଳ ତାମିଲିସାଇ ସୁନ୍ଦରରାଜନ ରାଜଭବନରେ ରଙ୍ଗାସାମୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରଙ୍ଗାସାମୀ ଚତୁର୍ଥଥର ପାଇଁ ପୁଡ଼ୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପୁଡ଼ୁଚେରୀରେ ଏଆଇଏନଆରସୀ ଓ ବିଜେପି ମହାମେଣ୍ଟର ସରକାର ଗଠିତ ହୋଇଛି।