ମାଲକାନଗିରି,ଏନ୍ଏନ୍ଏସ୍: ବଣ୍ଡା ଘାଟିରେ ଓଲଟିଲା ଅଗ୍ନିଶମ ବିଭାଗର ଗାଡି। ଏଥିରେ ୫ ଜଣ ଅଗ୍ନିଶମ ବିଭାଗର କର୍ମଚାରୀ ଥିବାବେଳେ ସେଥି ମଧ୍ୟରୁ ୪ ଜଣ ଆହତ ହୋଇଛନ୍ତି। ଜଣଙ୍କର ଅବସ୍ଥା ଗୁରୁତର ରହିଛି। ସୂଚନା ଅନୁସାରେ ଆଜି ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିର ମୁଦୁଲିପଡ଼ାକୁ ପୁଲିସ ଡିଜିପିଙ୍କ ହେଲିକପ୍ଟର ଯୋଗେ ଗସ୍ତ କାର୍ଯ୍ୟକ୍ରମ ଥିଲା। ଏନେଇ କୁଡୁମୁଳୁଗୁମ୍ମାର ଅଗ୍ନିଶମ ବିଭାଗର ଗାଡି ମୁଦୁଲିପଡ଼ା ଯାଉଥିଲା। ଏହି ସମୟରେ ଭାରସାମ୍ୟ ହରାଇ ଓଲଟି ପଡିଛି ଅଗ୍ନିଶମ ବିଭାଗର ଗାଡି। ଖଇରପୁଟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଗୁରୁତରଙ୍କୁ ମାଲକାନଗିରି ସଦର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଆହତମାନେ ହେଲେ ମନୋଜ କୁମାର ସେଠୀ, ଉମାଶଙ୍କର ନାୟକ, ସରଙ୍ଗାଧର ହାତୀ ଓ ପ୍ରକାଶ ଚନ୍ଦ୍ର ନାୟକ।