କୋଲକାତା,ଏଜେନ୍ସି: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଲକାତା ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ମୋଦୀ କୋଲକାତାର ବ୍ରିଗେଡ଼୍ ପରେଡ ଗ୍ରାଉଣ୍ଡରେ ନିର୍ବାଚନୀ ବିଗୁଲ ବଜାଇବାକୁ ଥିବା ବେଳେ କୋଲକାତାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଲିଗୁଡ଼ି ଓ ଦାର୍ଜିଲିଂରେ ଇନ୍ଧନ ଗ୍ୟାସର ବଢ଼ୁଥିବା ଦରକୁ ନେଇ ମହିଳାମାନଙ୍କ ସହିତ ରୋଡ ଶୋ’ କରିବେ।
ପଶ୍ଚିମବଙ୍ଗ ନିର୍ବାଚନ ଘୋଷଣା ହେବାପରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ କୋଲକାତା ଗସ୍ତ କରି ରାଲି କରିବେ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ବଲିଉଡ ଲୋକପ୍ରିୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ସାମିଲ ହେବାର ଆଶଙ୍କା ରହିଛି। ପ୍ରଧାନମନ୍ତ୍ରୀଙ୍କ ରାଲି ଆଜି ମଧ୍ୟାହ୍ନ ୨ଟାରୁ ଆରମ୍ଭ ହେବ।