ସମବାୟ ସମିତି ଦୁର୍ନୀତି: ୪ ବହିଷ୍କୃତ

  • ଆଠଗଡ଼: ଆଠଗଡ଼ ଗୁରୁଡ଼ିଝାଟିଆ ସେବା ସମବାୟ ସମିତି ଦୁର୍ନୀତି ମାମଲାରେ ୪ ଜଣ ବହିଷ୍କୃତ ହୋଇଛନ୍ତି। ସମିତି ସମ୍ପାଦକ ବିଜୟ ଦାସ ଓ ପିଅନ ପ୍ରବୋଧ ପରିଡ଼ା ବହିଷ୍କୃତ ହୋଇଛନ୍ତି। ଏହି ମାମଲାରେ ଆଠଗଡ଼ ସିସିବିର ପୂର୍ବତନ ବିଏମ୍ ଓ ପୂର୍ବତନ ସହକାରୀ ବିଏମଙ୍କୁ ମଧ୍ୟ ବହିଷ୍କୃତ କରାଯାଇଛି। ଚୌଦ୍ୱାର ସିସିବର ପୂର୍ବତନ ସହକାରୀ ପରିଚାଳକଙ୍କ ପଦାବନତ କରାଯାଇଛି। ଏଥିସହ ସମସ୍ତ ୫ ଜଣ ଅଭିଯୁକ୍ତଙ୍କଠାରୁ ଅନିୟମିତତା ଅର୍ଥ ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି।