୨୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨୬ ଗିରଫ

  • ମୋହନା: ଆର୍. ଉଦୟଗିରି ସମ୍ବଲପୁର ଅଞ୍ଚଳରୁ ୨୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ୪ଟି ଭ୍ୟାନରେ ଗଞ୍ଜେଇ ବୋଝେଇ ହୋଇ ହରିୟାଣା ଚାଲାଣ ହେଉଥିବାବେଳେ ପୁଲିସ ଜବତ କରିଛି। ପୁଲିସ ଏହି ବେଆଇନ କାରବାରରେ ୭ ଜଣ ମହିଳାଙ୍କ ସମେତ ୨୬ ଜଣଙ୍କୁ ଗିରଫ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି।