ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ଆଜି ପୁଣି ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ମଙ୍ଗଳବାଜର ଅଞ୍ଚଳର ଗୋଟିଏ ପରିବାରର ୩ ଜଣ ସଦସ୍ୟ ପୁରୁଷ(୩୮), ମହିଳା(୩୦), ବାଳକ(୭) ଓ ବେଲପାହାଡ଼ ଅଞ୍ଚଳର ଜଣେ ପୁରୁଷ(୩୦) ରହିଛନ୍ତି। ମଙ୍ଗଳବଜାର ଅଞ୍ଚଳରରେ ଚିହ୍ନଟ ହୋଇଥିବା କରୋନା ପଜିଟିଭମାନେ ଗତ ୧୬ ତାରିଖରେ ପଶ୍ଚିମବଙ୍ଗରୁ ଫେରିଥିଲେ। ପ୍ରଶାସନ ପକ୍ଷରୁ ସେମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇ ୨୧ ତାରିଖରେ ସ୍ୱାବ ପରୀକ୍ଷଣ ପାଇଁ ପଠାଯାଇଥିଲା। ସେହିପରି ବେଲପାହାଡ଼ ଅଞ୍ଚଳରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଜଣକ ପୁନେରୁ ଟ୍ରେନରେ ଭୁବନେଶ୍ୱର ଆସି ସେଠାରୁ ଏକ ଭଡ଼ା କାରରେ ବେଲପାହାଡ଼ ଆସିଥିଲେ। ପ୍ରଶାସନ ପକ୍ଷରୁ ତାଙ୍କୁ ବିବେକାନନ୍ଦ ଇଣ୍ଟରନ୍ୟାସନାଲ ସ୍କୁଲରେ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରେ ରଖାଯାଇଥିଲା। ଆଜି ସେମାନଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଝାରସୁଗୁଡା ମଙ୍ଗଳବଜାରସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ପ୍ରକାଶ ଯୋଗ୍ୟ ଯେ, ଆଜି ଜିଲ୍ଲାରେ ୪ ଜଣ କରୋନା ପଜିଟିଭ ଚିହ୍ନଟ ହେଲାପରେ ଆକ୍ରାନ୍ତଙ୍କ ସଂଖ୍ୟା ୭୬କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୧୯ ଜଣ ସୁସ୍ଥହୋଇ ଫେରିଥିବାବେଳେ ୫୭ ଜଣ ଚିକିତ୍ସାଧୀନ ଅଛନ୍ତି।