ରାଜ୍ୟରେ ସୁସ୍ଥ ହେଲେ ୧୬୮ ଜଣ କରୋନା ରୋଗୀ, ସୁସ୍ଥଙ୍କ ସଂଖ୍ୟା ୪୨୯୧ରେ ପହଞ୍ଚିଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ଆଜି ୧୭ଟି ଜିଲ୍ଲାରୁ ୧୬୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୪୨୯୧ ରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରୁ ଆଜି ୩୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଓ ଗଜପତି ଜିଲ୍ଲାରୁ ୨୩ ଜଣ ଲେଖାଏଁ ସୁସ୍ଥ ହୋଇଥିବାବେଳେ ପୁରୀ ଜିଲ୍ଲାରୁ ୧୯ ଜଣ, ବରଗଡ଼ ଜିଲ୍ଲାରୁ ୧୩ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୮ ଜଣ, ବାଲେଶ୍ୱର ଜିଲ୍ଲାରୁ ୭ ଜଣ, ଭଦ୍ରକ ଓ ରାୟଗଡ଼ା ଜିଲ୍ଲାରୁ ୫ ଜଣ ଲେଖାଏଁ, ମାଲକାନଗିରି, କେନ୍ଦ୍ରାପଡ଼ା, କେନ୍ଦୁଝର, ଜଗତ‌ସିଂହପୁର, ସୋନପୁର ଜିଲ୍ଲାରୁ ୪ ଜଣ ଲେଖାଏଁ, ଅନୁଗୁଳ ଜିଲ୍ଲାରୁ ୩ ଜଣ, ଢେଙ୍କାନାଳ ଜିଲ୍ଲାରୁ ୨ ଜଣ ଓ ଝାରସୁଗୁଡ଼ା ଜିଲ୍ଲାରୁ ଜଣେ କରୋନା ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ଏପର୍ଯ୍ୟନ୍ତ  ୨ ଲକ୍ଷ ୩୯ ହଜାର ୮୧୫ ଜଣଙ୍କର ନମୁନା ପରୀକ୍ଷା କରାଯାଇଛି। ଆଜି

ପର୍ଯ୍ୟନ୍ତ ମୋଟ ୫୯୬୨ ଜଣ ଲୋକ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୭ ଜଣଙ୍କର ମୃତ୍ୟୁ ହୋଇଛି।