ଦେଶୀ ବନ୍ଧୁକ ଓ ଗୁଳି ଜବତ, ଜଣେ ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବନ୍ଧବାହାଲ ଠାରେ ଯାନବାହାନ ଯାଞ୍ଚବେଳେ ପୁଲିସ ଜଣେ ଏମସିଏଲ କର୍ମଚାରୀଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ଏବଂ ଗୋଟିଏ ଜୀବନ୍ତ ଗୁଳି ଜବତ କରିଛି। ଏଥିସହ ଏମସିଏଲ କର୍ମଚାରୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ପୁଲିସ ପକ୍ଷରୁ ବନ୍ଧବାହାଲରେ ଯାନବାହାନ ଯାଞ୍ଚ ହେଉଥିଲା।

ଏହି ସମୟରେ ବନ୍ଧବାହାଲ କଲୋନୀରେ ରହୁଥିବା ଏମସିଏଲ କର୍ମଚାରୀ ଅଗସ୍ତି ଖର୍ସେଲ ସେହି ରାସ୍ତା ଦେଇ ଯାଉଥିବା ବେଳେ ପୁଲିସ ତାଙ୍କୁ ଅଟକାଇ ଥିଲା। ପୁଲିସକୁ ଦେଖି ଅଗସ୍ତି ଅଣ୍ଟାରେ କିଛି ଲୁଚାଇଥିଲା। ଏହା ଦେଖି ଫାଣ୍ଡି ଅଧିକାରୀ ଅଶୋକ ଦାଶ ଅଗସ୍ତିର ତଲାସି କରି ତାଙ୍କଠାରୁ ଏକ ଦେଶୀ ୯ ଏମଏମ ପିସ୍ତିଲ ସହିତ ଏକ ଜୀବନ୍ତ ଗୁଳି ଜବତ କରିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରିବା ସହ ଏହା କେଉଁଠୁ ଆସିଲା ସେନେଇ ତଦନ୍ତ ଚଳାଇଛି।