ରାଜ୍ୟରେ ସୁସ୍ଥ ହେଲେ ଆଉ ୫୨୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୫୨୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୧୬୯୭୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ବଲାଙ୍ଗିର ଜିଲ୍ଲାରୁ ସର୍ବାଧିକ ୫୫ ଜଣ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜରୁ ୫୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୫୧, ସୁନ୍ଦରଗଡରୁ ୪୭, କଟକରୁ ୪୫, ଅନୁଗୁଳରୁ ୩୨, ଯାଜପୁରରୁ ୨୯, ବାଲେଶ୍ୱରରୁ ୨୯, ବରଗଡରୁ ୨୪, ନୂଆପଡାରୁ ୨୪, ଜଗତସିଂହପୁରରୁ ୨୧, ସମ୍ବଲପୁରରୁ ୧୬, କେନ୍ଦ୍ରାପଡାରୁ ୧୪, ପୁରୀରୁ ୧୩, ଗଞ୍ଜାମରୁ ୯, ରାୟଗଡାରୁ ୯, କେନ୍ଦୁଝରରୁ ୯, କୋରାପୁଟରୁ ୮, ନୟାଗଡ଼ରୁ ୭, ଭଦ୍ରକରୁ ୬, କଳାହାଣ୍ଡିରୁ ୬, ଝାରସୁଗୁଡାରୁ ୩, ମାଲକାନଗିରିରୁ ୩, ଢେଙ୍କାନାଳରୁ ୨, ନବରଙ୍ଗପୁରରୁ ୨, ଦେବଗଡରୁ ୧ ଏବଂ ଷ୍ଟେଟପୁଲରୁ ୯ ସୁସ୍ଥ ହୋଇଛନ୍ତି।