୫ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟ ଆରମ୍ଭ, ଭର୍ଚ୍ଚୁଆଲ ମୋଡ଼ରେ ୫ଟି ସଚିବଙ୍କ ଆଲୋଚନା

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ରାଜ୍ୟରେ ଆଜିଠାରୁ ତୃତୀୟ ପର୍ଯ୍ୟାୟରେ ୫ଟି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକର ୮ଟି ସ୍କୁଲକୁ ରାଜ୍ୟ ସରକାର ୫ଟିରେ ରୂପାନ୍ତରିତ କରିବା ପାଇଁ ଯୋଜନା କରିଛନ୍ତି । ବ୍ଲକରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୫ଟି ଉଚ୍ଚ ବିଦ୍ୟାଳୟ ୫ଟିରେ ରୂପାନ୍ତରିତ ହୋଇଥିବାବେଳେ ଆଜି ଆମ୍ବପାଲି ଉଚ୍ଚ ବିଦ୍ୟାଳୟ, ଶିଷକେଲା, ରେଙ୍ଗାଲି, କୁଇକେଡ଼ା, ଭଦ୍ରା, କୁଆଁରଗାଁ, ବଡ଼ମାଳ ଓ ଜଳିଆଦର ଉଚ୍ଚ ବିଦ୍ୟାଳୟକୁ ସ୍କୁଲ ରୂପାନ୍ତରିତ କରାଯିବ । ଏନେଇ ୫ଟି ସଚିବ ଭି.କେ ପାଣ୍ଡିଆନ ଭର୍ଚୁଆଲ ମାଧ୍ୟମରେ ସଇଁନ୍ତଲା ବିଡ଼ିଓ ଚନ୍ଦ୍ରମଣି ନାଗ, ୮ଟି ସ୍କୁଲର ପ୍ରଧାନଶିକ୍ଷକ ଓ ପୁରାତନ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।