ସେପ୍ଟେମ୍ବର ୨୭ରେ ଜାପାନ ଯିବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୭ ତାରିଖରେ ଜାପାନ ଯିବେ । ମୋଦୀ ସେଠାରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ ହେବେ । ସିଞ୍ଜୋ ଆବେ ଜୁଲାଇ ୮ ତାରିଖରେ ମୃତ୍ୟୁବରଣ କରିଥିଲେ । ଜାପାନର ନାରା ସହରରେ ଆବେ ଏକ ଛୋଟ ଜନସଭାକୁ ସମ୍ବୋଧିତ କରୁଥିବା ସମୟରେ ଜଣେ ବ୍ୟକ୍ତି ପଛ ପଟୁ ତାଙ୍କ ଉପରେ ଗୁଳି ଚଲାଇଥିଲା । ସିଞ୍ଜୋଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ବଞ୍ଚାଇ ପାରିନଥିଲେ ।

ମିଡିଆ ରିପୋର୍ଟସ ମୁତାବକ, ପ୍ରଧାନମନ୍ତ୍ରୀ ମୋଦୀ ଜାପାନ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଫୁମିୟୋ କିସିଦାଙ୍କୁ ଭେଟିବେ।