କଳା ପଲସର ଆତଙ୍କ: ୩ଲକ୍ଷ ୨୦ହଜାର ଲୁଟ୍

ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ମୁଖ୍ୟରାସ୍ତାରେ ଥିବା ଆକ୍ସିସ ବ୍ୟାଙ୍କ ନିକଟରୁ ଜଣେ ବ୍ୟକ୍ତିଙ୍କଠାରୁ ଆଜି ଦିନ ୧୨ଟା ସମୟରେ କଳା ରଙ୍ଗର ପଲସରରେ ୨ଜଣ ଦୁର୍ବୃତ୍ତ ଆସି ୩ଲକ୍ଷ ୨୦ହଜାର ଟଙ୍କା ଲୁଟି ନେଇଛନ୍ତି। ଗମ୍ଭାରୀ ଗ୍ରାମର ଶ୍ରୀୟାବଲ୍ଲଭ ପାଣିଗ୍ରାଗୀ ନିଜ ଆକାଉଣ୍ଟରୁ ୩ଲକ୍ଷ ୨୦ହଜାର ଟଙ୍କା ଉଠାଇ ବ୍ୟାଙ୍କରୁ ବାହାରୁଥିବା ସମୟରେ ଦୁର୍ବୁତ୍ତ ଆସି ଲୁଟି ନେଇଥିବା ଅଭିଯୋଗ ହୋଇଛି। ଶ୍ରୀ ପାଣିଗ୍ରାହୀ ତୁରେକେଲା ବ୍ଲକ ସ୍ଥିତ ହିଆଲ ପଞ୍ଚାୟତରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ। ଏହି ଘଟଣା ଘଟିବା ପରେ ସେ ପାଟଣାଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଦ୍ୱାରା ପେଟ୍ରୋଲିଂ ଠିକ ଭାବରେ ହେଉନଥିବାରୁ ସହରରେ ଏପରି ଘଟଣା ବୃଦ୍ଧି ପାଉଛି। ତେଣୁ ପେଟ୍ରୋଲିଂ କଡ଼ାକଡ଼ି କରିବା ପାଇଁ ଜନସାଧାରଣ ଦାବି କରିଛନ୍ତି।