ରାଜ୍ୟରୁ ୫୭ କରୋନା ପଜିଟିଭ ଚିହ୍ନଟ: ସଂଖ୍ୟା ୩, ୩୭, ୮୬୦କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରୁ ପୁଣି ୫୭ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୩୪ଜଣ ଓ ସ୍ଥାନୀୟ ସଂକ୍ରମଣ ୨୩ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୭ହଜାର ୮୬୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୧୨, କଟକରୁ ୮, ସୁନ୍ଦରଗଡ଼ରୁ ୭, ମୟୁରଭଞ୍ଜରୁ ୬, ଅନୁଗୁଳରୁ ୫, ଝାରସୁଗୁଡ଼ା ଓ ସମ୍ବଲପୁରରୁ ୩ ଲେଖାଏଁ, ବରଗଡ଼, ଦେଓଗଡ଼, ପୁରୀ ଓ ଷ୍ଟେଟପୋଲରୁ ୨ ଲେଖାଏଁ, ବଲାଙ୍ଗିର ଓ ରାୟଗଡ଼ାରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮୫ଲକ୍ଷ ୧୨ହଜାର ୨୩୨ଜଣଙ୍କ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୩୭ହଜାର ୮୬୦ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୩ଲକ୍ଷ ୩୫ହଜାର ୧୬୮ଜଣ ସୁସ୍ଥ ହୋଇଛନ୍ତି, ୧୯୧୭ଜଣଙ୍କର ମୃତ୍ୟୁ ଘଟିଛି ଓ ୭୨୨ ଜଣ ଚିକିତ୍ସିତ ହେଉଛନ୍ତି।