୩୮ ବର୍ଷୀୟା ଯୁବତୀଙ୍କୁ ୧୭ ବର୍ଷ ନାବଳକର ଦୁଷ୍କର୍ମ ଅଭିଯୋଗ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ବାରକୋଟ ଥାନାଞ୍ଚଳର ଜଣେ ୩୮ ବର୍ଷୀୟା ମହିଳାଙ୍କୁ ଦେବଗଡ଼ ଥାନାଞ୍ଚଳର ଜଣେ ୧୭ ବର୍ଷୀୟ ନାବାଳକ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ଅଭିଯୁକ୍ତକୁ ଥାନାରେ ଅଟକ ରଖିବା ପରେ ଆଜି ଦେବଗଡ଼ ଥାନା ପୁଲିସ ଜୁଭେନାଇଲ ଜଷ୍ଟିସ ବୋର୍ଡ ନିକଟରେ ଉପସ୍ଥାପନ କରିଛି । ତେବେ ନାବାଳକର ପୂର୍ବ ଗତିବିଧି ତର୍ଜମା କରିବା ସହ ଅଭିଯୋଗକାରୀ ପ୍ରାପ୍ତବୟସ୍କା ଏବଂ ଅଭିଯୁକ୍ତ ନାବାଳକ ଥିବା କାରଣରୁ ବୋର୍ଡ ତା’ର ଜାମିନ ଆବେଦନକୁ ବିଚାର କରି ଛାଡ଼ିଥିବା ଜଣାପଡ଼ିଛି ।