ଜମ୍ମୁ-କଶ୍ମୀର: ଚଳିତ ବର୍ଷର ପ୍ରଥମ ୫ ମାସ ମଧ୍ୟରେ କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷାବଳକୁ ବଡ଼ ସଫଳତା ମିଳିଛି । କଶ୍ମୀର ଘାଟିରେ ସକ୍ରିୟ ଥିବା ୧୬୦ରୁ ୧୮୦ ଉଗ୍ରବାଦୀଙ୍କ ମଧ୍ୟରୁ ଜୁନ୍ ୧୨ ପର୍ଯ୍ୟନ୍ତ ୧୦୦ ଜଣଙ୍କୁ ନିପାତ କରାଯାଇଛି ।
ଆଇଜୀପୀ କଶ୍ମୀର ବିଜୟ କୁମାରଙ୍କ ଅନୁସାରେ, ପ୍ରାଣ ହରାଇଥିବା ୧୦୦ ଜଣଙ୍କ ମଧ୍ୟରେ ୭୧ଜଣ ସ୍ଥାନୀୟ ରହିଥିବାବେଳେ ୨୯ଜଣ ବିଦେଶୀ ଆତଙ୍କବାଦୀ ରହିଛନ୍ତି । ଏ ସମସ୍ତେ ପାକିସ୍ତାନୀ ନାଗରିକ । ଉକ୍ତ ଆତଙ୍କବାଦୀଙ୍କ ମଧ୍ୟରେ ସର୍ବାଧିକ କ୍ଷତି ଲସ୍କର-ଏ-ତୈୟବା ସଂଗଠନକୁ ହୋଇଛି । ଏହି ସଂଗଠନରୁ କେବଳ ୬୩ଜଣ ଆତଙ୍କବାଦୀ ରହିଥିବାବେଳେ ଜୈଶ-ଏ-ମହମ୍ମଦର ୨୪ଜଣ ଓ ଆଇଏସଜେକେର ୨୭ଜଣ ଆତଙ୍କବାଦୀ ସାମିଲ ଅଛନ୍ତି ।