୩୬ କେଜି ଗଞ୍ଜେଇ ଜବତ: ୪ ଜଣ ଗିରଫ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଇ ୩ ଟି ସ୍ଥାନରୁ ୩୬ କିଲୋ ୬୦୦ ଗ୍ରାମ ଗଞ୍ଜେଇ ସହ ୨ ଟି ବାଇକ ଜବତ କରାଯାଇଛି। ଏଥିରେ ସଂପୃକ୍ତ ୪ ଜଣକୁ ଗିରଫ କରାଯାଇଛି। ମାଲକାନଗିରି ଅବକାରୀ ଅଧୀକ୍ଷକ ଅଶୋକ କୁମାର ସେଠଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଇନ୍ସପେକ୍ଟର ଗଙ୍ଗା ପାଇକରାୟ, ବାଲିମେଳା ଅବକାରୀ ଭାରପ୍ରାପ୍ତ ଅଧିକାରୀ ଏଚ.ଜଗା ରାଓଙ୍କ ସହ ମାଲକାନଗିରି, ବାଲିମେଳା ଓ ମାଥିଲି ଅବକାରୀ କର୍ମଚାରୀମାନେ ବାଲିମେଳା ଠରାରୁ ମାଲକାନଗିରି ରାସ୍ତାରେ ପାଟ୍ରୋଲିଂ କରୁଥିଲେ। ଗିରଫ ଯୁବକମାନେ ହେଲେ ପାଟନାଗୁଡ଼ା ଗ୍ରାମର ମୁକା କବାସୀ(୩୨), ବାଟପାଲ୍ଲୀଗୁଡ଼ା ଗ୍ରାମର ସନୁ ଗୋଲରୀ(୩୦), ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲାର ଖାଡ଼କଘାଟ ଗ୍ରାମର କରନ ନାଗ(୨୦), ବିହାର ରାଜ୍ୟର ଆଡମପୁର ଗ୍ରାମର ଆରୟନ ଓଝା(୨୨)।