୩୬ ବୋତଲ କଫ ସିରଫ ଜବତ

ଖପ୍ରାଖୋଲ,ଏନ୍ଏନ୍ଏସ୍: ଦିନ ଥିଲା ଖପ୍ରାଖୋଲ ବ୍ଲକରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଉଥିଲା। କିନ୍ତୁ ଖପ୍ରାଖୋଲ ଥାନାରେ ଯୋଉ ଦିନଠୁ ଶ୍ରୀ ରମାକାନ୍ତ ସାହୁ ଥାନା ପ୍ରଭାରୀ ଭାବରେ ଦାୟିତ୍ୱ ନେଲେ ସେହି ଦିନଠୁ ନିଶା କାରବାର ଉପରେ ଶିକଞ୍ଜା କଷି ଚାଲିଛନ୍ତି। ଆଜି ପୁଣି ଗୋଟେ ସଫଳତା ତାଙ୍କ ହାତକୁ ଆସିଛି।

ପ୍ରାପ୍ତ ସୂଚନା ଅନୁଯାଇ ଥାନା ପ୍ରଭାରୀ ରମାକାନ୍ତ ସାହୁ ଏବଂ ତାଙ୍କ ଟିମ ପେଟ୍ରୋଲିଙ୍ଗ ସମୟରେ ସାନ ଉଡେନ ଗ୍ରାମ ପାଖ ପଡିଆରେ ୩୬ ଖଣ୍ଡ କଫ ସିରଫ ବୋତଲ ସହ ରୋଶନ ସାହୁ (୨୩) ନାମକ ବ୍ୟକ୍ତିକୁ ଗିରଫ କରି ଖପ୍ରାଖୋଲ ଥାନାକୁ ଆଣିଛନ୍ତି। ରୋଶନ ସାହୁର ଘର ଲୁହାସିଂହା। ଅଭିଯୁକ୍ତକୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଥାନା ପ୍ରଭାରୀ ସୂଚନା ଦେଇଛନ୍ତି।