ପାର୍ବଣ ଋତୁ ଗାଇଡଲାଇନ୍ ଜାରି

ଭୁବନେଶ୍ୱର: ପାର୍ବଣ ଋତୁ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ଗଣେଶ, ଦୁର୍ଗା, ଲକ୍ଷ୍ମୀ ଓ କାଳି ପୂଜା ପାଇଁ ଗାଇଡଲାଇନ୍ ଜାରି କରାଯାଇଛି। କଟକଣା ସହ ପୂଜା ଆୟୋଜନ ପାଇଁ କମିଟିଗୁଡ଼ିକୁ ଅନୁମତି ମିଳିଛି। ମଣ୍ଡପ ଓ ପେଣ୍ଡାଲରେ ପୂଜା ପାଇଁ ପ୍ରଶାସନର ଅନୁମତି ଜରୁରୀ। ଏଥିପାଇଁ ଜିଲ୍ଲାରେ ଜିଲ୍ଲାପାଳ ଓ ଟୁଇଡ଼ ସିଟିରେ ସିପିଙ୍କ ଅନୁମତି ନେବାକୁ ପଡ଼ିବ। କୌଣସି ସାଜସଜ୍ଜା କରାଯିବ ନାହିଁ। ସେହିପରି ମଣ୍ଡପକୁ ଭକ୍ତଙ୍କ ପ୍ରବେଶ ବାରଣ କରାଯାଇଛି। ୩ ପାଶ୍ୱର୍ରୁ ମଣ୍ଡପ ବନ୍ଦ ରହି ଗୋଟିଏ ପାଶ୍ୱର୍ ସାମାନ୍ୟ ଖୋଲା ରହିବ। ବିସର୍ଜନ ଶୋଭାଯାତ୍ରାକୁ ମନା କରାଯାଇଥିବାବେଳେ ଅସ୍ଥାୟୀ ପୋଖରୀରେ ବିସର୍ଜନ ହେବ।