ଦିନକରେ ୧୦୨୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ୧୦୪୧ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୬୦୫ଜଣ ଓ ସ୍ଥାନୀୟ ସଂକ୍ରମଣ ୪୩୬ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୮୮ହଜାର ୯୯୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୮୩, କଟକରୁ ୧୩୨, ଜଗତସିଂହପୁର ଓ ଷ୍ଟେଟପୋଲରୁ ୮୧ ଲେଖାଏଁ, ଅନୁଗୁଳରୁ ୫୭, ଯାଜପୁରରୁ ୩୬, ପୁରୀରୁ ୩୪, ନୟାଗଡ଼, କେନ୍ଦ୍ରାପଡ଼ା ଓ ମୟୁରଭଞ୍ଜ ଜିଲ୍ଲାରୁ ୨୮ ଲେଖାଏଁ ରହିଛନ୍ତି। ସେହିପରି ରାୟଗଡ଼ାରୁ ୨୬, ବାଲେଶ୍ୱରରୁ ୨୩, କେଉଁଝରରୁ ୧୭, ଭଦ୍ରକରୁ ୧୫, ଗଞ୍ଜାମରୁ ୧୧, ଢେଙ୍କାନାଳରୁ ୧୦, ସମ୍ବଲପୁରରୁ ୯, ଦେଓଗଡ଼ରୁ ୭, କୋରାପୁଟ, ସୁନ୍ଦରଗଡ଼, କଳାହାଣ୍ଡି ଓ କନ୍ଧମାଳରୁ ୫ ଲେଖାଏଁ, ମାଲକାନଗିରି, ବରଗଡ଼ ଓ ଗଜପତିରୁ ୩ ଲେଖାଏଁ, ନବରଙ୍ଗପୁର ଓ ନୂଆପଡ଼ାରୁ ୨ଲେଖାଏଁ, ବଲାଙ୍ଗିର ଓ ବୌଦ୍ଧରୁ ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୮୮ହଜାର ୯୯୭ ହୋଇଥିବାବେଳେ ୯ଲକ୍ଷ ୭୧ହଜାର ୩୯୧ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୬,୫୬୫ଜଣଙ୍କର ମୃତ୍ୟୁ ଘଟିଛି ଓ ୧୦ହଜାର ୯୮୮ ଜଣ ଚିକିତ୍ସିତ ହେଉଛନ୍ତି।