ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ଆହ୍ୱାନ କ୍ରମେ ୩ ହଜାର ୭୦୦ ଟ୍ରେନ୍ ବାତିଲ

ନୂଆଦିଲ୍ଲୀ,ଏଜେନ୍ସି: ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ଆହ୍ୱାନକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ପକ୍ଷରୁ ନିଆଯାଇଛି ଏକ ବଡ଼ ପଦକ୍ଷେପ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ କ୍ରମେ ଏହି ୧୪ ଘଣ୍ଟିଆ ଜନତା କର୍ଫ୍ୟୁ ପାଇଁ ୩ ହଜାର ୭ ଶହ ଟ୍ରେନକୁ ବାତିଲ କରାଯାଇଛି।

ଏଥିରେ ୨୪୦୦ ପାସେଞ୍ଜର ଟ୍ରେନ୍ ଓ ୧୩୦୦ ଏକ୍ସପ୍ରେସ୍‌ ଟ୍ରେନକୁ ବନ୍ଦ କରିଦିଆଯାଇଛି। ଏ ନେଇ ରେଲେଓ୍ଵ ପକ୍ଷରୁ ଘୋଷଣା କରାଯାଇଛି। ଯେଉଁ ଟ୍ରେନ୍‌ ଭୋର ୪ଟା ପୂର୍ବରୁ ଛାଡିଥିବେ ଓ ରାତି ୧୦ଟା ପରେ ଛାଡିବାକୁ ଥିବ ସେମାନେ ତାଙ୍କ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ ବୋଲି ଜଣାଯାଇଛି।