ଜୟପୁରର ସରକାରୀ ହସ୍ପିଟାଲରୁ ୩୨୦ ଡୋଜ୍ ଭ୍ୟାକ୍ସିନ ଚୋରି

ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜସ୍ଥାନରେ କରୋନା ଭ୍ୟାକ୍ସିନର ଅଭାବ ମଧ୍ୟରେ ଭ୍ୟାକ୍ସିନ ଚୋରି ହୋଇଥିବା ଜଣାପଡ଼ିଛି। ଜୟପୁରର ଏକ ସରକାରୀ ହସ୍ପିଟାଲରୁ କୋଭାକ୍ସିନର ୩୨୦ ଡୋଜ୍ ଚୋରି ହୋଇଯାଇଛି। ସ୍ୱାସ୍ଥ୍ୟ ବିଭାଗ ଅଜଣା ଚୋରଙ୍କ ବିରୋଧରେ ଚୋରି ମାମଲା ଦାୟର କରିଛି। ଏଥିସହିତ ଅବୈଧ ରୂପେ ଭ୍ୟାକ୍ସିନ ଲଗାଉଥିବା ରାକେଟ ସକ୍ରିୟ ଥିବା ନେଇ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ଯାଞ୍ଚ କରିବ।

କରୋନା ଭ୍ୟାକ୍ସିନ ଚୋରି ହେବା ନେଇ ଏହା ହେଉଛି ଦେଶର ପ୍ରଥମ ମାମଲା। ଖାସ୍ କଥାଟି ହେଲା, ସିସିଟିଭ ଯେତେବେଳେ ଯାଞ୍ଚ କରାଯାଇଥିଲା ଯେଉଁଠୁ ଚୋରି ହୋଇଛି ସେଠାକାର ସିସଟିଭି କାମ କରୁନଥିଲା। ସେଥିପାଇଁ ହସ୍ପିଟାଲ କର୍ମଚାରୀ ମିଳିମିଶି ଏଭଳି ଚୋରି କରିଥିବା ନେଇ ସନ୍ଦେହ ପ୍ରକାଶ ପାଇଛି।