ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ପୁଣି ୩୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ବ୍ରଜରାଜନଗର ପୌରାଂଚଳରୁ ୧୮ଜଣ, ଲଖନପୁର ଓ ଲଇକେରା ବ୍ଲକରୁ ୪ଜଣ ଲେଖାଏଁ, ଝାରସୁଗୁଡ଼ା, ବେଲପାହାଡ଼ ପୌରପରିଷଦ ଅଂଚଳ ଓ କର୍ମିରା ବ୍ଲକ ଅଂଚଳରୁ ଜଣେ ଲେଖାଏଁ ରହିଛନ୍ତି। ଏହି ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଗୃହ ସଙ୍ଗରୋଧରେ ଥିବାବେଳେ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଜିଲ୍ଲାର ଆଉ ୨ଜଣ ବାହାର ଜିଲ୍ଲାରେ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ପ୍ରକାଶଯୋଗ୍ୟ, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬,୭୪୨ରେ ପହଂଚିଥିବାବେଳେ ୬,୫୦୯ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୧୬ ଜଣଙ୍କ ଚିକିତ୍ସା ଜାରି ରହିଛି। ଅନ୍ୟପଟେ ଜିଲ୍ଲାରେ ୧୭ଜଣ କରୋନାରେ ପ୍ରାଣ ହରାଇଥିବା ସୂଚନା ମିଳିଛି।