ଭ୍ୟାକ୍ସିନ ପାଇଁ ଫାଇଜର ସହ ଆଲୋଚନା କରିବାକୁ ଭାରତ ପ୍ରସ୍ତୁତ : ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଆମେରିକାର ଫାର୍ମା କମ୍ପାନୀ ଫାଇଜର, କୋଭିଡ-୧୯ ଭ୍ୟାକ୍ସିନ ୯୦ ପ୍ରତିଶତ ପ୍ରଭାବୀ ଘୋଷଣା କରିବା ପରେ ସମସ୍ତଙ୍କ ମନରେ ଏକ ଆଶା ଉଜ୍ଜୀବୀତ ହୋଇଛି। ଭାରତରେ ଏହି ଭ୍ୟାକ୍ସିନ ଯଥାଶୀଘ୍ର ଉପଲବ୍ଧ ହେବାର ସମ୍ଭାବନା ନଥିଲେ ମଧ୍ୟ ଫାଇଜର ସହ ଆଲୋଚନା କରିବା ନେଇ ଭାରତ ପ୍ରସ୍ତୁତ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସବୁଜ ସଙ୍କେତ ଦେଇଛି।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ, କୋଭିଡ ଭ୍ୟାକ୍ସିନ ଉପଲବ୍ଧ କରାଇବା ପାଇଁ ଏକ୍ସପୋର୍ଟ ଗ୍ରୁପ ଘରୋଇ ଓ ବିଦେଶୀ ନିର୍ମାତା ସମେତ ସମସ୍ତ ଭ୍ୟାକ୍ସିନ ନିର୍ମାତାଙ୍କ ସହ ଆଲୋଚନା କରୁଛି। ଭ୍ୟାକ୍ସିନ ସମ୍ବନ୍ଧରେ ଆଲୋଚନା କରିବା ସମୟରେ ଭ୍ୟାକ୍ସିନ ବିକାଶର ସ୍ଥିତି ସମ୍ବନ୍ଧରେ ଧ୍ୟାନ ଦେବାକୁ ପଡ଼ିବ। ଆଉ ଏହି ଭ୍ୟାକ୍ସିନକୁ ରଖିବା ପାଇଁ ରେଫ୍ରିଜରେସନ ବ୍ୟବସ୍ଥା ଓ ଏହାକୁ କିପରି ଉପଯୋଗ କରାଯିବ ସେସମ୍ବନ୍ଧରେ ମଧ୍ୟ ଜାଣିବାକୁ ପଡ଼ିବ।