ନୂଆଦିଲ୍ଲୀ: ରିପବ୍ଲିକ ମିଡିଆ ନେଟୱର୍କର ଏଡିଟର ଇନ ଚିଫ୍ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ ମିଳିଯାଇଛି। ଅର୍ଣ୍ଣବଙ୍କୁ ଖଲାସ କରିବା ପାଇଁ ରାୟଗଢ଼ ପୁଲିସକୁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି। ନ୍ୟାୟମୂର୍ତ୍ତି ଧନଞ୍ଜୟ ବାଇ ଚନ୍ଦ୍ରଚୂଢ଼ ଓ ଇନ୍ଦିରା ବାନାର୍ଜୀ ମାମଲାର ଶୁଣାଣୀ କରିଥିଲେ। ଶୁଣାଣୀ ସମୟରେ ଏଭଳି କୌଣସି ବ୍ୟକ୍ତିର ବ୍ୟକ୍ତିଗତ ସ୍ୱାଧୀନତା ଉପରେ ରୋକ ଲଗାଇବାକୁ ନେଇ ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାର ଉପରେ ପ୍ରଶ୍ନ ଉଠାଇଥିଲେ।