ନୂଆଦିଲ୍ଲୀ,ଏଜେନ୍ସି: ଏଣିକି ଦେଶରେ ଦୈନିକ କରୋନା ସଂକମଣ ସଂଖ୍ୟା କମିବାରେ ଲାଗିଛି। ଏହି ମଧ୍ୟରେ ଗତ ୨୪ ଘଣ୍ଟା ଭିତରେ ଆଉ ୩୧,୫୨୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ୪୧୨ ଜଣ କରୋନା ରୋଗୀଙ୍କ ମୃତ୍ୟୁ ମଧ୍ୟ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ ଦେଶରେ ଏହି ନୂଆ କରୋନା ସଂକ୍ରମିତଙ୍କୁ ମିଶାଇ ମୋଟ ସଂକ୍ରମଣ ସଂଖ୍ୟା ୯୭ ଲକ୍ଷ ୬୭ ହଜାର ୩୭୨ରେ ପହଞ୍ଚିଛି। ସେଥିରୁ ୧ ଲକ୍ଷ ୪୧ ହଜାର ୭୭୨ ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଆଉ ୩ ଲକ୍ଷ ୭୨ ହଜାର ୨୯୩ ଜଣ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପଟେ ଦିନକରେ ଦେଶରେ ୩୭,୭୨୫ ଜଣ ସୁସ୍ଥ ହୋଇ ମୋଟ ସୁସ୍ଥ ସଂଖ୍ୟା ୯୨ ଲକ୍ଷ ୫୩ ହଜାର ୩୦୬ରେ ପହଞ୍ଚିଛି।