ମାଲକାନଗିରିରୁ ପୁଣି ୪୭ କରୋନା ଆକ୍ରାନ୍ତ ଚିହ୍ନଟ: ସଂଖ୍ୟା ୨,୬୯୪କୁ ବୃଦ୍ଧି

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ପୁଣି ୪୭ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୯୪କୁ ବୃଦ୍ଧି ପାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ମାଲକାନଗିରି ପୌର ପରିଷଦ ଅଞ୍ଚଳରୁ ୯ଜଣ, ମାଲକାନଗିରି ବ୍ଲକରୁ ୪ଜଣ, କୋରୁକୋଣ୍ଡା ବ୍ଲକରୁ ୮ଜଣ, କାଲିମେଳା ବ୍ଲକରୁ ୧୨ଜଣ, ଖଇରପୁଟ ବ୍ଲକରୁ ୧୩ ଜଣ ଓ ଚିତ୍ରକୋଣ୍ଡା ବ୍ଲକରୁ ଜଣେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଆଗଧାଡ଼ିର କରୋନା ଯୋଦ୍ଧା ଓ ୨୦ଜଣ ଘରେ ଘରେ ସର୍ଭେ ସମୟରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୯୪ ହୋଇଥିବାବେଳେ ୨୪୬୨ଜଣ ସୁସ୍ଥହୋଇ ଘରକୁ ଫେରିଛନ୍ତି। ଅନ୍ୟପଟେ ୮ ଜଣଙ୍କର ମୃତ୍ୟୁ ଘଟିଛିି ଓ ୨୨୪ ଜଣ ଚିକିତ୍ସାଧୀନ ଅଛନ୍ତି।