ପୁଣି ୩୦ ଜଣ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୪୯୩କୁ ବୃଦ୍ଧି

ମାଲକାନଗିରି, ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ଆଜି ପୁଣି ୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୯୩୧କୁ ବୃଦ୍ଧି ପାଇଛି। ଆଜିର ଚିହ୍ନଟଙ୍କ ମଧ୍ୟରେ ମାଲକାନଗିରି ପୌରପରିଷଦର ୩ ଜଣ, ବାଲିମେଳା ଏନଏସିର ଜଣେ, ମାଲକାନଗିରି ବ୍ଲକର ୩ ଜଣ, ମାଥିଲି ବ୍ଲକର ଜଣେ, ପଡ଼ିଆ ବ୍ଲକର ୩ ଜଣ, ଖଇରପୁଟ ବ୍ଲକର ଜଣେ, କାଲିମେଳା ବ୍ଲକର ୧୬ ଜଣ, କୋରୁକୋଣ୍ଡା ବ୍ଲକର ଜଣେ ଓ ଚିତ୍ରକୋଣ୍ଡା ବ୍ଲକର ଜଣେ ଚିହ୍ନଟ ହୋଇଛନ୍ତି। ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୪୯୩୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୬୩୧ ଜଣ ସୁସ୍ଥହୋଇ ଘରକୁ ଫେରିଛନ୍ତି ଓ ୨୮୩ ଜଣ ଚିକିତ୍ସାଧୀନ ଅଛନ୍ତି।