ଯୌନ ଉତ୍ପୀଡନ ଅଭିଯୋଗରେ କଲେକ ଅଧ୍ୟକ୍ଷ ଗିରଫ

କୋରାପୁଟ,ଏନ୍ଏନ୍ଏସ୍: ଯୌନ ଉତ୍ପୀଡନ ଅଭିଯୋଗରେ ଗିରଫ ହେଲେ କଲେଜ ଅଧ୍ୟକ୍ଷ। କଲେଜର ମହିଳା ସହକର୍ମୀଣି ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଯୌନ ଉତ୍ପୀଡ଼ନ ଓ ପ୍ରମାଣ ନଷ୍ଟ ଅଭିଯୋଗରେ ସୁନାବେଡା ଯୁକ୍ତ ୨ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ପବିତ୍ର ମୋହନ ବେଦାନ୍ତ ଗିରଫ ହୋଇଛନ୍ତି। ପୀଡିତାଙ୍କ ଅଭିଯୋଗ ପରେ ପବିତ୍ରଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ସୁନାବେଡା ଏସଡିପିଓ ନିରଞ୍ଜନ ବେହେରା । ଅଭିଯୋଗ ଅନୁଯାୟୀ, ଗତ କିଛି ଦିନ ଧରି ଅଧ୍ୟକ୍ଷ ପବିତ୍ର ମୋହନ ବେଦାନ୍ତ ତାଙ୍କୁ ଯୌନ ଉତ୍ପୀଡ଼ନ ଦେଇ ଆସୁଥିଲେ। ଏହା ଅସହ୍ୟ ହେବାରୁ ମହିଳାଜଣକ ଗତକାଲି ସନ୍ଧ୍ୟାରେ ଥାନାର ଦ୍ୱାରସ୍ଥ ହୋଇଥିଲେ। ଆଜି ଅଧ୍ୟକ୍ଷଙ୍କୁ ଗିରଫ କରାଯାଇଛି।