ବିହାରରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ

ପାଟନା, ଏଜେନ୍ସି: କୋଭିଡ କଟକଣା ମଧ୍ୟରେ ଚାଲିଛି ବିହାରରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ୨ କୋଟି ୮୬ ଲକ୍ଷ ଭୋଟର ୧୪ ଶହ ୬୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏଥିପାଇଁ ମୋଟ ୪୧ ହଜାର ୩୬୨ ବୁଥ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ରାଘୋପୁର, ହାସନପୁର,ବାଙ୍କିପୁର,ବେଗୁସରାଇ, ଝାଂଝାରପୁର ପ୍ରମୁଖ ଆସନରେ ଭୋଟ ଗ୍ରହଣ ହେବ।
ସୂଚନା ଅନୁସାରେ, ଦ୍ୱିତୀୟ ପର୍ଯ୍ୟାୟରେ ବିଜେପି ୪୬ ଆସନରେ ନିର୍ବାଚନ ଲଢୁଥିବା ବେଳେ ଜେଡିୟୁ ୪୩, ଭିଆଇପି ୫ ଆସନରେ ନିର୍ବାଚନ ଲଢୁଛି। ବିରୋଧୀଙ୍କ ମଧ୍ୟରେ ଆରଜେଡି ୫୬ ଆସନ, କଂଗ୍ରେସ ୨୪ ଆସନରେ ନିର୍ବାଚନ ଲଢୁଛି। ଅନ୍ୟ ଦଳମାନଙ୍କ ମଧ୍ୟରେ ଏଲଜେପି ୫୨ ଆସନ, ଆରଏଲଏସପି ୩୬ ଆସନରେ ନିର୍ବାଚନ ଲଢୁଛନ୍ତି।