ପ୍ଲାଜମା ଦାନ କଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଦେଶ- ବିଦେଶ By Nitidin Last updated Jul 6, 2020 Share ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଆଜି ଗୁରୁଗ୍ରାମସ୍ଥିତ ମେଦାନ୍ତା ମିଡିସିଟି ହସ୍ପିଟାଲରେ ପ୍ଲାଜମା ଦାନ କରିଛନ୍ତି। ଏମ୍ପର୍କରେ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଉକ୍ତ ଟ୍ୱିଟରେ ସେ ପ୍ରଧାନମନ୍ତ୍ରୀଙ୍କ ‘ସେବାଭାବ’ ମନ୍ତ୍ରରୁ ପ୍ରେରିତ ହେବାସହ ପ୍ଲାଜମା ଦାନ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିବା ଉଲ୍ଲେଖ କରିଛନ୍ତି। ଏଥିସହିତ କରୋନାରେ ସୁସ୍ଥ ହୋଇଥିବା ଲୋକଙ୍କୁ ମଧ୍ୟ ସମ୍ବିତ ପ୍ଲାଜମା ଦାନ କରିବାକୁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ସମ୍ବିତ କିଛିଦିନ ପୂର୍ବରୁ କରୋନାକୁ ମାତ ଦେଇ ଘରକୁ ଫେରିଥିଲେ। Share