ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଟପିଛି। ଏ ନେଇ ସମଗ୍ର ବିଶ୍ୱର ତଥ୍ୟ ଉପରେ ନଜର ରଖୁଥିବା ୱେବସାଇଟ୍ ଅନୁଯାୟୀ ଶୁକ୍ରବାର ସନ୍ଧ୍ୟା ୭ଟା ସୁଦ୍ଧା ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୫୩୧ ରହିଥିବା ବେଳେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ତିନି ଲକ୍ଷ ଟପି ୩,୦୦,୮୨୧ରେ ପହଞ୍ଚିଛି। ଅନ୍ୟପଟେ ଏକ ଲକ୍ଷ ୪୯ ହଜାର ୩୫ ଜଣ ସଂକ୍ରମିତ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଭାରତର କେବଳ ୪ଟି ରାଜ୍ୟରେ ହିଁ ୬୫ ପ୍ରତିଶତ ସଂକ୍ରମିତ ଚିହ୍ନଟ ହୋଇଥିବା ରେକର୍ଡ କରାଯାଇଛି। ସର୍ବାଧିକ ସଂକ୍ରମିତ ସଂଖ୍ୟା ମହାରାଷ୍ଟ୍ରରେ ଅଛନ୍ତି। ଏଠାରେ ସଂକ୍ରମିତ ସଂଖ୍ୟା ପ୍ରାୟ ୯୭, ୬୪୮ ରହିଛି। ସେହି ପରି ଦ୍ୱିତୀୟରେ ଥିବା ତାମିଲନାଡୁରେ ୪୦,୬୯୮, ଦିଲ୍ଲୀରେ ୩୪,୬୮୭ ଓ ଗୁଜରାଟରେ ୨୨,୦୩୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।