ସଟଡାଉନରେ ଖୋଲାରହିବ ଢାବା, ଜାଣନ୍ତୁ କେଉଁଠି

ଭୁବନେଶ୍ୱର,ଏନ୍ଏନ୍ଏସ୍ : ସାରା ରାଜ୍ୟରେ ଏବେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି। କରୋନାର ମୁକାବିଲା କରିବା ପାଇଁ ସଟଡାଉନ୍ ଓ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ ଏବେ ସେଥିରେ କିଛି ନିୟମ ସଂଶୋଧନ କରିଛନ୍ତି ରାଜ୍ୟ ସରକାର। ଏଣିକି ସଟ-ଡାଉନ୍ ଓ କର୍ଫ୍ୟୁ ବେଳେ ଢାବା ଗୁଡିକ ଖୋଲାରହିବ । କେବେଳ ରାଜ୍ୟ ରାଜପଥ କଡରେ ଥିବା ଢାବା ପାଇଁ ଏହି ନିୟମରେ କୋହଳ କରାଯାଇଛି। କିନ୍ତୁ ଢାବାରେ ବସିକି ଖାଇବା ମନା ହୋଇଛି । ଖାଦ୍ୟକୁ କେବଳ ପାର୍ସଲ ନିଆଯିବାକୁ ଅନୁମତି ମିଳିଛି । ଏହା ସହିତ ସାପ୍ତାହିକ ଧାନ, ଡାଲି, ନଡ଼ିଆ କିଣାରେ କଟକଣାକୁ ମୁକ୍ତ କରାଯାଇଛି । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି ।