୩ଟି ହାଇୱାରୁୁ ୩ଲକ୍ଷରୁ ଊର୍‌ଦ୍ଧ୍ୱ ଟଙ୍କାର ଜୋରିମାନା ଆଦାୟ

ସୁବର୍ଣ୍ଣପୁର,ଏନ୍‌ଏନ୍‌ଏସ୍‌: ସୁବର୍ଣ୍ଣପୁର ସହର ବଢ଼ାରଜା ଛକରେ ବିନିକା ବାଇପାସ ଦେଇ ମହାନଦୀ ବ୍ରିଜ ପଟକୁ ଯାଉଥିବା ୩ଟି ହାଇୱାକୁ ବେଆଇନ ବାଲି ଚାଲାଣ କରୁଥିବା ଅଭିଯୋଗରେ ଅଟକ ରଖାଯାଇଛି । ଏଥିସହିତ ୩ଟି ହାଇୱାରୁ ମୋଟ ୩ଲକ୍ଷ ୩୪ ହଜାର ୯୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଜଣାପଡ଼ିଛି । ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶଙ୍କ ନେତୃତ୍ୱରେ ସୋନପୁର ଉପଜିଲ୍ଲାପାଳ ଡା. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ତତ୍ୱାବଧାନରେ ତହସିଲଦାର ନବୀନ କିଶୋର ପାଢ଼ୀ ଓ ଆରଆଇ ସୁଧୀର ପାଣ୍ଡିଆ ଚଢ଼ଉରେ ସାମିଲ ଥିଲେ । ଚଢ଼ଉ ସମୟରେ ତହସିଲ କାର୍ଯ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ମଧ୍ୟ ସାମିଲ ରହିଥିବାବେଳେ ଏହି ରାତ୍ରୀ କାଳୀନ ଚଢ଼ଉ ଆଗକୁ ମଧ୍ୟ ଜାରି ରହିବ ବୋଲି ତହସିଲଦାର ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି । ଜୋରିମାନା ଦେୟ ପରେ ହାଇୱାଗୁଡ଼ିକୁ ଛାଡ଼ି ଦିଆଯାଇଛି ।