ବିବାହ ବନ୍ଧନରେ ବାନ୍ଧି ହେଲେ ତାରକା ବ୍ୟାଡମିଣ୍ଟନ ଖେଳାଳି ପ୍ରଣୟ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଏଚଏସ ପ୍ରଣୟ ଲଙ୍ଗଟାଇମ ପାର୍ଟନର ଶ୍ୱେତା ଗୋମ୍ସଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ପ୍ରଣୟ ବିବାହ ଫଟୋ ଟ୍ୱିଟରରେ ସେୟାର କରି ଏନେଇ ସୂଚନା ପ୍ରଦାନ କରିଛନ୍ତି । ୩୦ ବର୍ଷୀୟ ପ୍ରଣୟଙ୍କ ବିବାହରେ ତାଙ୍କ ପରିବାରବର୍ଗ ଓ ବନ୍ଧୁ ସାମିଲ ଥିଲେ ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଥୋମାସ କପ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର ବିଜୟରେ ପ୍ରଣୟ ହିରୋ ଥିଲେ। ପ୍ରଣୟ ନିଜ ଦମଦାର ପ୍ରଦର୍ଶନ ବଳରେ ଅନେକ ଷ୍ଟାର ସଟଲରଙ୍କୁ ହରାଇ ଭାରତକୁ ସ୍ୱର୍ଣ୍ଣ ପଦକ ବିତାଇବାରେ ସଫଳ ହୋଇଥିଲେ । ପ୍ରଣୟ ଏବେ ବିଡବ୍ଲ୍ୟୁଏଫ ୱାର୍ଲ୍ଡ ଟୁର ରାଙ୍କିଂରେ ଦୁନିଆର ଶୀର୍ଷ ବ୍ୟାଡମିଣ୍ଟନ ଖେଳାଳି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଗତ କିଛି ମାସରେ ପ୍ରଣୟ କେଣ୍ଟୋ ମେମୋଟୋ, ଚାଓ ଟୀଏନ ଚେନ ଓ ଲୋହ କୀନ ଭଳି ଟପ୍ ୧୦ ଖେଳାଳିଙ୍କୁ ଖୁବ୍ ସହଜରେ ହରାଇଛନ୍ତି ।