୩ ବାରହା ଶିକାରୀ ଗିରଫ

ଦେବଗଡ଼/ରିଆମାଳ,ଏନ୍ଏନ୍ଏସ୍: ଦେବଗଡ଼ ବନଖଣ୍ଡ ରିଆମାଳ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ତିମୂର ଗ୍ରାମ ଜଙ୍ଗଲରେ ବିଦ୍ୟୁତ କରେଣ୍ଟ ଦେଇ ୩ ଜଙ୍ଗଲୀ ବାରହା ଶିକାର ଅଭିଯୋଗରେ ରିଆମାଳ ବନ ବିଭାଗ  ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ତିମୂର ଗ୍ରାମର ମଧୁ ଶବର, ସୁନୀଲ ସାହୁ ଓ ପ୍ରହ୍ଲାଦ ଶବର। ସେମାନଙ୍କ ନିକଟରୁ ୩ଟି ବାର୍ହା ମୁଣ୍ଡ ଓ ଟାଙ୍ଗିଆ ଆଦି ଜବତ କରାଯାଇଥିବା ଜଣାପଡ଼ିଛି। ମିଳିଥିବ ରିପୋର୍ଟ ମୁତାବକ, ଗତକାଲି ରାତିରେ ତିମୂର ଗାଁ ଜଙ୍ଗଲରେ ଜୀବନ୍ତ ବିଦ୍ୟୁତ ତାର ବିଛାଇ ୩ଟି ବାରହା ଶିକାର କରି ଭାଗ ବଣ୍ଟା କରୁଥିବା ସୂଚନା ରିଆମାଳ ବନ ବିଭାଗକୁ ମିଳିଥିଲା। ପରେ ବନ କର୍ମଚାରୀ ସେଠାକୁ ଯାଇ ଚଢ଼ଉ ସମୟରେ ୩ଜଣଙ୍କୁ ଗିରଫ କରିଥିଲେ। ଏନେଇ ରିଆମାଳ ଭାରପ୍ରାପ୍ତ ଫରେଷ୍ଟ ରେଞ୍ଜର ମହେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।