ମମିତାଙ୍କ ପରିବାର ସହ ଆଲୋଚନା କଲା ବିଜେପିର କେନ୍ଦ୍ରୀୟ ଟିମ୍

ସଇଁନ୍ତଳା,ଏନ୍ଏନ୍ଏସ୍: ମମିତା ହତ୍ୟା ମାମଲାର ଅନୁଧ୍ୟାନ ପାଇଁ ବିଜେପିର ୩ଜଣିଆ କେନ୍ଦ୍ରୀୟ ପ୍ରତିନିଧୀ ଦଳ ଆଜି ବଲାଙ୍ଗୀର ଗସ୍ତରେ ଆସିଛନ୍ତି। ବିଜେପି ସାଂସଦ ସୁନିତା ଦୁଗଲ, ବିଜେପି ମହିଳା ରାଷ୍ଟ୍ରୀୟ ମୋର୍ଚ୍ଚା ସଭାନେତ୍ରୀ ବନାଥି ଶ୍ରୀନିବାସନ୍ ଓ ବିଜେପି ବିଧାୟକ ରୂପା ମିତ୍ର ଚୌଧୁରୀଙ୍କୁ ନେଇ ୩ଜଣିଆ କମିଟି ମମିତାଙ୍କ ଘରକୁ ଯାଇ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି। ପରେ ମହାଲିଙ୍ଗ ଯାଇ ଯେଉଁଠି ମମିତାଙ୍କ ଶବକୁ ପୋଡ଼ି ଦିଆଯାଇଥିଲା ସେଠାରେ ଅନୁଧ୍ୟାନ କରିଛନ୍ତି। ଅନୁଧ୍ୟାନ ପରେ ଏହି ଟିମ୍ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ରିପୋର୍ଟ ଦେବା ନେଇ ସୂଚନା ମିଳିଛି। ଏଥିରେ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓଙ୍କ ସମେତ ବିଜେପି ର ଶତାଧିକ ଲୋକେ ସାମିଲ ହୋଇଛନ୍ତି।