ରୋମରେ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୬ତମ ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ରୋମ ପହଂଚିଛନ୍ତି। ଯାତ୍ରାର ପ୍ରଥମ ଦିନରେ ମୋଦୀ ରୋମର ପିୟାଜା ଗାନ୍ଧୀରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଏଠାରେ ଏକତ୍ରିତ ହୋଇଥିବା ଭାରତୀୟ ସମୁଦାୟର ଲୋକଙ୍କୁ ମଧ୍ୟ ଭେଟିଛନ୍ତି। ଲୋକମାନେ ମୋଦୀ-ମୋଦୀ ନାରା ଲଗାଇ ତାଙ୍କର ସ୍ୱାଗତ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ଅକ୍ଟୋବର ୨୯ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ରୋମ ଓ ଗ୍ଲାସଗୋ ଯାତ୍ରାରେ ରହିବେ। ଜି-୨୦ ଶିଖର ସମ୍ମିଳନୀରେ ସାମିଲ ହେବା ପାଇଁ ଅକ୍ଟୋବର ୨୯ରୁ ୩୧ ପର୍ଯ୍ୟନ୍ତ ରୋମରେ ରହିବେ। ପରେ ବ୍ରିଟେନର ଗ୍ଲାସଗୋ ଯିବେ।