ରାୟଗଡ଼ାରେ ଜଣେ ମହିଳା କୋରନା ପଜିଟିଭ ଚିହ୍ନଟ

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲାରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ଆକ୍ରାନ୍ତ ଜଣକ ଜଣେ ମହିଳା (୩୭) ହୋଇଥିବା ସୂଚନା ମିଳିଛି।  ରାୟଗଡ଼ା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଥିବାବେଳେ ୧୨ ଜଣ ସୁସ୍ଥହୋଇ ଘରକୁ ଫେରିଛନ୍ତି।

ସୂଚନାଯୋଗ୍ୟ, ଗତ ୨୩ ତାରିଖ ଦିନ ବିଷମକଟକ ବ୍ଲକ୍ ଅନ୍ତର୍ଗତ କୁମ୍ଭାରଧାମୁଣି ଗ୍ରାମର ୨ ଜଣ ଆକ୍ରାନ୍ତଙ୍କ ସହ ଏହି ମହିଳା ଜଣକ ଆନ୍ଧ୍ରପ୍ରଦେଶରୁ ଫେରିଥିଲେ। ୨ ପୁରୁଷଙ୍କ ସହ ମହିଳା ଜଣଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିବାବେଳେ ରିପୋର୍ଟ ନେଗେଟିଭ ଆସିଥିଲା।  ଏହାର ତିନିଦିନ ପରେ ମହିଳାଙ୍କ ଶରୀରରେ କରୋନା ଲକ୍ଷଣ ଦେଖା ଦେବାପରେ ପୁଣିଥରେ ନମୁନା ଯାଞ୍ଚ ପାଇଁ ପଠାଯାଇଥିଲା। ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି।  ଏନେଇ ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି। ବର୍ତ୍ତମାନ ରାୟଗଡ଼ା ଜିଲ୍ଲାରେ ୨୭ ଜଣ କୋରନା ଆକ୍ରାନ୍ତ ଚିକିତ୍ସାଧିନ ଥିବା ଜିଲ୍ଲାପାଳ ଶ୍ରୀ ବେହେରା ସୂଚନା ଦେଇଛନ୍ତି। ୨୪ ଜଣ ଜେକେପୁରସ୍ଥିତ କୋଭିଡ ସ୍ୱାସ୍ଥକେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ୪ ଜଣ ଗୁଣପୁରସ୍ଥିତ କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି।