ଫ୍ଲିପକାର୍ଟ କର୍ମଚାରୀଙ୍କୁ ଲୁଟ ଘଟଣାରେ ୩ ଗିରଫ୍

ରାଉରକେଲା,ଏନ୍ଏନ୍ଏସ୍: ଫ୍ଲିପକାର୍ଟ କର୍ମଚାରୀଙ୍କ ଲୁଟ କରିବା ଘଟଣାରେ ଆଜି ରଘୁନାଥପାଲି ଥାନା ପୁଲିସ ୩ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରିଛି। ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ଓ ଗୋଟିଏ ଖଣ୍ଡା ଜବତ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ଗତ ବର୍ଷ ଅକ୍ଟୋବର ୨୦ ତାରିଖରେ ରାଉରକେଲା ତାରିଣୀ ମନ୍ଦିର ନିକଟରେ ଥିବା ଫ୍ଲିପକାର୍ଟ ଅଫିସ ସାମ୍ନାରୁ କର୍ମଚାରୀଙ୍କ ଠାରୁ ଲୁଟ ହୋଇଥିଲା।

୩ ଜଣ ଦୁର୍ବୃତ୍ତ ଆସି ଫ୍ଲିପକାର୍ଟ କର୍ମଚାରୀଙ୍କଠୁ ତାଙ୍କ ଡେଲିଭରି ବ୍ୟାଗ୍ ଛଡ଼ାଇବା ସହ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ପରେ ସେଠାରେ ଲୋକମାନେ ଏକତ୍ର ହେବାରୁ ସେମାନେ ବନ୍ଧୁକ ଦେଖାଇ ସେଠାରୁ ଖସି ପଳାଇଥିଲେ। ଆଜି ରଘୁନାଥ ପୁଲିସ ଏହି ଦୁର୍ବୃତ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି। ଏନେଇ ରାଉରକେଲା ଏସପି ମୁକେଶ କୁମାର ଭାମୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।