ସୁସ୍ଥ ହେଲେ ଆଉ ୮୬ କରୋନା ରୋଗୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୮୬ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ମୋଟ ସୁସ୍ଥ ସଂଖ୍ୟା ୩ଲକ୍ଷ ୩୫ହଜାର ୪୦୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ କଟକରୁ ସର୍ବାଧିକ ୧୬, ସୁନ୍ଦରଗଡ଼ରୁ ୧୩, ସମ୍ବଲପୁରରୁ ୧୨, ଖୋର୍ଦ୍ଧାରୁ ୮, ମୟୁରଭଞ୍ଜରୁ ୬, ବାଲେଶ୍ୱର ଓ ଝାରସୁଗୁଡ଼ାରୁ ୫ ଲେଖାଏଁ, ନବରଙ୍ଗପୁର, ପୁରୀ ଓ ସୋନପୁରରୁ ୪ ଲେଖାଏଁ, ବରଗଡ଼ରୁ ୩, ଅନୁଗୁଳ, ନୟାଗଡ଼ ଓ ଷ୍ଟେଟପୋଲରୁ ୨ଜଣ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୭ହଜାର ୯୯୨ ହୋଇଥିବାବେଳେ ୩ଲକ୍ଷ ୩୫ହଜାର ୪୦୮ଜଣ ସୁସ୍ଥ ହୋଇଛନ୍ତି। ସେହପରି ୧୯୧୭ ଜଣଙ୍କର ମୃତ୍ୟୁ ଘଟିଛି ଓ ୬୬୭ଜଣ ଚିକିତ୍ସିତ ହେଉଛନ୍ତି।