ଟୋରେଣ୍ଟୋ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର କାନାଡାରେ ଖୁବ୍ ପ୍ରଶଂସା ହେଉଛି। ଆଉ ଗ୍ରେଟର ଟୋରେଣ୍ଟର ରାଜରାସ୍ତାରେ ମୋଦୀଙ୍କ ବଡ଼ ବଡ଼ ପୋଷ୍ଟର ଲାଗିଛି। କାନାଡାକୁ ଭାରତ କରୋନା ଭ୍ୟାକ୍ସିନ ପହଞ୍ଚାଇଥିବାରୁ କାନାଡ଼ା ମୋଦୀଙ୍କ ପୋଷ୍ଟରଯୁକ୍ତ ବିଜ୍ଞାପନ ଲଗାଇଛି।
ସୂଚନାଯୋଗ୍ୟ, କରୋନା ମହାମାରୀ ସମୟରେ ଭାରତ ଅନେକ ଦେଶକୁ କରୋନା ଭ୍ୟାକ୍ସିନ ଯୋଗାଇବାର କାମ କରିଛି। ଏନେଇ ଅନେକ ଦେଶ ଭାରତର ପ୍ରଶଂସା ମଧ୍ୟ କରିଛି। ଭାରତ ନିକଟରେ କାନାଡା, ନେପାଳ ଓ ବାଙ୍ଗଲାଦେଶ ସମେତ ଅନେକ ଦେଶକୁ କରୋନା ଭ୍ୟାକ୍ସିନ ପହଞ୍ଚାଇଛି। ଆଉ କରୋନା ମହାମାରୀ ସହ ଲଢ଼ିବାରେ ସାହାଯ୍ୟ କରିଛି।