ଜବତ ଚୌକାଠ ଚୋରି ଅଭିଯୋଗରେ ୩ ଗିରଫ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଲଇମୁରା ଥାନାଞ୍ଚଳ ଫରେଷ୍ଟ ବିଟ ହାଉସରୁ ଗତ ୧୩ ତାରିଖରେ ଜବତ ଶାଳ ଚୌକାଠ ଚୋରି ଅଭିଯୋଗରେ ଲଇମୁରା ଥାନା ପୁଲିସ ୩ଜଣ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତମାନେ ହେଲେ ଭାଗିରଥି ସାହୁ, ହରେକୃଷ୍ଣ ପୃସେଠ ଓ ପ୍ରକାଶ ବାଡ଼ା । ଅଭିଯୁକ୍ତଙ୍କଠାରୁ ପୁଲିସ ଚୋରି ଚୌକାଠ ଉଦ୍ଧାର କରିବା ସହ କୋର୍ଟ ଚାଲାଣ କରିଛି ।