ଜିଲ୍ଲାସ୍ତରୀୟ ଧାନ ମଣ୍ଡି ଉଦଘାଟନ

ଦେବଗଡ଼, ଏନ୍‌ଏନ୍‌ଏସ୍ : ଦେବଗଡ଼ ଜିଲ୍ଲାରେ ଆଜିଠାରୁ ୨୦୨୩-୨୪ ଖରିଫ ବିପଣନ ଋତୁ ପାଇଁ ଧାନ ମଣ୍ଡିର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ କୁରଡ଼ ପ୍ରାଥମିକ କୃଷି ସମବାୟ ସମିତି ପ୍ରାଙ୍ଗଣରେ ଆୟୋଜିତ ଜିଲ୍ଲାସ୍ତରୀୟ ଧାନ ମଣ୍ଡି ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ପରୀକ୍ଷିତ ସାହୁ ଯୋଗଦେଇ ଫିତା କାଟି ମଣ୍ଡିର ଶୁଭାରମ୍ଭ କରିଥିଲେ । ଚଳିତ ବର୍ଷ ଜିଲ୍ଲାର ୧୯ ହଜାର ୭୭ ପଞ୍ଜିକୃତ ଚାଷୀଙ୍କଠାରୁ ୨୯ ପାକ୍ସ ଓ ୪ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ୪ ଲକ୍ଷ ୬୬ ହଜାର ୧୭୭ କ୍ୱିଣ୍ଟାଲ ଧାନ କ୍ରୟ ଲକ୍ଷ୍ୟ ରଖାଯାଇଛି । ତେବେ ୧ମ ଦିନରେ ଅବ୍ୟବସ୍ଥା ଓ ପ୍ରଚାର ପ୍ରସାର ଅଭାବରୁ ମାତ୍ର ୨ଜଣ ଚାଷୀ ମଣ୍ଡିକୁ ନିଜ ଧାନ ବିକ୍ରି ପାଇଁ ଆସିଥିବା ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମନୋରଞ୍ଜନ ମଣ୍ଡଳ, ଜିଲ୍ଲା ଯୋଗାଣ ଅଧିକାରୀ ରଞ୍ଜନ କୁମାର ପଣ୍ଡା, ସହକାରୀ ନିବନ୍ଧକ ସମବାୟ ସମିତି ନିମାଇଁ ଚରଣ ନାୟକଙ୍କ ସମେତ ନିୟନ୍ତ୍ରିତ ବଜାର କମିଟି ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।