ଡିପ ବୋରୱଲ ଡିପୋଜିଟ ଡିସେମ୍ବର ୨୨କୁ ବୃଦ୍ଧି

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ରାଜ୍ୟ ସରକାରଙ୍କ ପକ୍ଷରୁ ଡିପ ବୋରୱେଲ ପ୍ରୋଜେକ୍ଟ ପାଇଁ ଅନଲାଇନ ଆବେଦନ ସମୟ ସୀମା ଡିସେମ୍ବର ୨୨ ତାରିଖକୁ ବୃଦ୍ଧି ପାଇଛି । ଉଠା ଜଳସେଚନ ନିଗମ ରାଜ୍ୟ ଉପଦେଷ୍ଟା ପ୍ରମୋଦ ପାଢ଼ୀ ବ୍ୟାଙ୍କ ସମ୍ମୁଖରେ ଚାଷୀଙ୍କୁ ଭେଟି ଜମା ତାରିଖ ରାଜ୍ୟ ସରକାର ବୃଦ୍ଧି କରିଥିବା ସୂଚନା ଦେଇଛନ୍ତି । ଶ୍ରୀ ପାଢ଼ୀଙ୍କ ସମେତ ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀ ଦିଲ୍ଲୀପ କୁମାର ଦାଶ, ନଗର ବିଜେଡି ସଭାପତି ପ୍ରମୋଦ ରଥ ଓ ବରିଷ୍ଠ ଚାଷୀ ନେତା ବୃନ୍ଦାବନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାରେ ମାତ୍ର ୨ଟି ୟୁନିଅନ ବ୍ୟାଙ୍କ ରହିଛି । ଏପରିକି ଚାଷୀମାନେ ଟଙ୍କା ଡିପୋଜିଟ ପାଇଁ ବ୍ୟାଙ୍କ ବାରଣ୍ଡାରେ ରାତି ଉଜାଗର ରହୁଥିଲେ । ସକାଳ ୬ଟାରୁ ଧାଡ଼ିରେ ସହସ୍ରାଧିକ ଚାଷୀ ଛିଡ଼ା ହୋଇଛନ୍ତି । କେତକ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାକୁ ମଧ୍ୟ ବାଧ୍ୟ କରୁଛନ୍ତି । କିନ୍ତୁ ସେଭିଂ ଖାତା ଖୋଲିବା ଜରୁରୀ ନୁହେଁ ବୋଲି ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି । କିନ୍ତୁ ଯେଉଁ ଚାଷୀମାନେ ଡିସେମ୍ବର ୧୬ ତାରିଖ ମଧ୍ୟରେ ଅନଲାଇନ ଆବେଦନ କରିଥିବେ ସେମାନେ ବର୍ଦ୍ଧିତ ସମୟ ଭିତରେ ଟଙ୍କା ଡିପୋଜିଟ କରିପାରିବେ ବୋଲି ଶ୍ରୀ ପାଢ଼ୀ ପ୍ରକାଶ କରିଛନ୍ତି ।